Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜ୍ୟ

ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ବନ୍ୟା

ଭୁବନେଶ୍ବର(ଜୟ ଓଡିଶା) : ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଉତ୍ତର ଓଡ଼ିଶାରେ ସୁବର୍ଣ୍ଣରେଖା, ବୈତରଣୀ, ଜଳକା, ବ୍ରାହ୍ମଣୀ ଏବଂ ବୁଢାବଳଙ୍ଗ ଫୁଲୁଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲାରେ ବନ୍ୟା ଆସୁଛି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲାପାଳଙ୍କୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ରବିବାର ମଧ୍ୟରାତିରେ ଜଳସ୍ତର ଶୀର୍ଷ ଛୁଇଁବାର ସମ୍ଭାବନା ରହିଛି। ବନ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅଧିକାରୀମାନେ ଜିଲାକୁ ଯାଇ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବୈତରଣୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଏଠାରେ ୩୯.୧୬ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଆଖୁଆପଦାରେ ବିପଦ ସଙ୍କେତ (୧୮.୩୩ ମିଟର) ଉପରେ ବନ୍ୟା (୧୮.୮୮ମିଟର) ପ୍ରବାହିତ ହେଉଛି। କେନ୍ଦ୍ରୀୟ ଜଳ ଆୟୋଗର ଅନୁମାନ ଅନୁଯାୟୀ, ରାତି ୧୦ଟା ପରେ ୧୯.୧୦ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଜଳକାରେ ମଥାନୀଠାରେ ଜଳସ୍ତର ବିପଦ ସଙ୍କେତ ୬.୫୦ମିଟର ଥିବାବେଳେ ୭.୧୩ମିଟର ଜଳ ପ୍ରବାହ କରୁଛି। ଏଠାରେ ଜଳସ୍ତର କମିଛି। ସୁବର୍ଣ୍ଣରେଖାର ଜାମଶୋଳାଘାଟଠାରେ ବିପଦ ସଙ୍କେତ ୪୯.୧୬ମିଟର ଥିବାବେଳେ ୫୦.୬୪ମିଟରରେ ଜଳ ପ୍ରବାହ କରୁଛି। ରାଜଘାଟଠାରେ ମଧ୍ୟ ଜଳସ୍ତର ବଢ଼ୁଛି। ରବିବାର ପୂର୍ବାହ୍ଣ ୧୦ଟା ସୁଦ୍ଧା ସୁବର୍ଣ୍ଣରେଖାରେ ସର୍ବୋଚ୍ଚ ବନ୍ୟାଜଳ ପ୍ରବାହିତ ହୋଇପାରେ। ଜଳସ୍ତର ୧୧.୭ମିଟର ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ବ୍ରାହ୍ମଣୀର ଜେନାପୁରଠାରେ ବନ୍ୟା ପାଣି ବିପଦ ସଙ୍କେତ ତଳେ ଥିବାବେଳେ ପାନପୋଷଠାରେ ବିପଦ ସଙ୍କେତ ନିକଟତର ହୋଇଛି। ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ଘଣ୍ଟିଆ କାର୍ଯ୍ୟରତ ଅଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାପାଳଙ୍କୁ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଞ୍ଚଳ ଲୋକଙ୍କୁ ଶୀଘ୍ର ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ଓ ରିଲିଫ ଯୋଗାଇବାକୁ କୁହାଯାଇଛି। ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଅବବାହିକାର ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ, ମହାନଦୀ-ବ୍ରାହ୍ମଣୀ-ବୈତରଣୀ ସିଷ୍ଟମର ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ, ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ,ବୈତରଣୀ ବେସିନ୍ କ୍ଷେତ୍ରସ୍ତରରେ ଜିଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି। ସୁବର୍ଣ୍ଣରେଖା ଓ ବୈତରଣୀ ବଢ଼ୁଥିବାରୁ ଜଳ ସମ୍ପଦ ବିଭାଗର ଦୁଇଜଣ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣରେଖା ଓ ବୈତରଣୀ ଅବବାହିକାକୁ ଯାଇ ସଂପୃକ୍ତ ନଦୀ ଅବବାହିକାରେ ତଦାରଖ କରୁଛନ୍ତି। ଅନୁଗୋଳ ଜିଲା କଣିହାଁ ବ୍ଲକ୍‌ ରେଙ୍ଗାଳି ଜଳ ଭଣ୍ଡାରର ୩ଟି ଫାଟକ ଖୋଲାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଜଳଭଣ୍ଡାରରେ ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ପାଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ବୈତରଣୀ ଓ ଜଳକା ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସୁବର୍ଣ୍ଣରେଖା ଅବବାହିକାରେ ୯୩.୯୯ମି.ମି., ମହାନଦୀ ଉପର ମୁଣ୍ଡରେ ୩୫ମି.ମି. ବର୍ଷା ହୋଇଛି। ମୟୂରଭଞ୍ଜ ଜିଲାର ୧୩ ବ୍ଲକରେ ୧୦୦ମି.ମି.ରୁ ଅଧିକ ବର୍ଷା ହୋଇଛି। ଗାଲଡ଼ିହି ଫାଟକ ଖୋଲାଯାଇଛି। ଏଥିପାଇଁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସିବ। ଆସନ୍ତାକାଲି ଦିନ ୧୦ଟାରେ ୧୧.୭ମିଟର ବନ୍ୟାପାଣି ରାଜଘାଟ ଦେଇ ଅତିକ୍ରମ କରିବ। ବୁଢାବଳଙ୍ଗକୁ ବିପଦ ଅଛି। ଜଳକା ବିପଦ ସଂକେତ ଉପରେ ରହିଛି। ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଅଛି। ଯାଜପୁର ଓ ଭଦ୍ରକ ଜିଲାପାଳଙ୍କୁ ଅବଗତ କରାଯାଇଛି। ଚାନ୍ଦବାଲି, ଧାମନଗର ଓ ଯାଜପୁର, ଦଶରଥପୁରକୁ ବନ୍ୟା ପ୍ରଭାବିତ କରିବ। ବ୍ରାହ୍ମଣୀରେ ୩୮ମି.ମି.ବର୍ଷା ହୋଇଛି। ରେଙ୍ଗାଲି ଜଳ ଭଣ୍ଡାରରେ ପାଣି ବିପଦ ସଂକେତ ତଳେ ଥିବାରୁ ଅସୁଵିଧା ନାହିଁ। ରେଙ୍ଗାଲିର ତିନୋଟି ଫାଟକ ଖୋଲା ଅଛି। ଜେନାପୁରରୁ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମହାନଦୀ ଅବବାହିକାରେ ବନ୍ୟା ସମ୍ଭାବନା ନାହିଁ। ହୀରାକୁଦ ଜଳ ଭଣ୍ଡାର ସଂରକ୍ଷଣ ୬୩୦ଫୁଟ ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬୧୧.୫୮ଫୁଟ ରହିଛି। ଉପରମୁଣ୍ଡରୁ ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ଲକ୍ଷ ୨୩ ହଜାର ୩୭୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୦ଟି ଫାଟକ ଦେଇ ୩ଲକ୍ଷ ୩୮ ହଜାର ୮୧୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମହାନଦୀର ବରମୂଳରେ ୩ଲକ୍ଷ ୯୨ ହଜାର ୫୦୦କ୍ୟୁସେକ ଜଳ ପ୍ରବାହିତ ହେଉଛି। ଖଇରମାଳଠାରେ ୪ଲକ୍ଷ ୯୦ ହଜାର କ୍ୟୁସେକ ଏବଂ ମୁଣ୍ଡଳିରେ ୨ଲକ୍ଷ ୧୭ ହଜାର ୧୫୨ କ୍ୟୁସେକ ଜଳ ତଳମୁଣ୍ଡକୁ ଯାଉଛି। ଅବପାତ ଯୋଗୁଁ ଛତିଶଗଡ଼ରେ ବର୍ଷା ହେଲେ ହୀରାକୁଦରେ ପାଣି ବଢ଼ିବାର ସମ୍ଭାବନା ରହିଛି।

editor jai odisha by editor jai odisha
July 27, 2025
in ରାଜ୍ୟ
0
ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ବନ୍ୟା
0
SHARES
2
VIEWS
Share on FacebookShare on Twitter
Previous Post

ଥାଇଲାଣ୍ଡ-କାମ୍ବୋଡିଆ ସଂଘର୍ଷ: ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ

Next Post

ପୁରୁଣା ବାଇକ ସହ ସାଙ୍ଗକୁ ବନ୍ଧା ପକାଇ ନୂଆ ଗାଡ଼ି ନେଇ ଯୁବକ ଫେରାର

editor jai odisha

editor jai odisha

Next Post
ପୁରୁଣା ବାଇକ ସହ ସାଙ୍ଗକୁ ବନ୍ଧା ପକାଇ ନୂଆ ଗାଡ଼ି ନେଇ ଯୁବକ ଫେରାର

ପୁରୁଣା ବାଇକ ସହ ସାଙ୍ଗକୁ ବନ୍ଧା ପକାଇ ନୂଆ ଗାଡ଼ି ନେଇ ଯୁବକ ଫେରାର

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In