ସେପ୍ଟେମ୍ୱରରେ ମୋଦି ଛାଡିବେ ପ୍ରଧାନମନ୍ତ୍ରୀ ପଦ ! ମୋଦୀଙ୍କ ଜାଗା ନେବେ ଯୋଗୀ! ମୋଦୀଙ୍କ ବିଦା ପରେ ବିଜେପି ହାତ ଛାଡ଼ିବେ ନୀତିଶ – ନାଇଡୁ! ମୋଦୀଙ୍କ ଅବସର ନେଇ ବଢିଲା ଚର୍ଚ୍ଚା। ଖୁବ ଶୀଘ୍ର ସେ ଆରଏସଏସ ଓ ପ୍ରଧାନମନ୍ତ୍ରୀ ପଦରୁ ଅବସର ନେଇ ପାରନ୍ତି ବୋଲି ହେଉଛି ଚର୍ଚ୍ଚା। ଖୁବ ଶୀଘ୍ର ତାଙ୍କୁ ଉତ୍ତରାଧିକାରୀ ବଛା ଯିବ ବୋଲି କୁହାଯାଉଛି।ବିଜେପିର ଅଲିଖିତ ନିୟମ ଅନୁସାରେ ୭୫ବର୍ଷ ହୋଇସାରିଥିବା ନେତାମାନଙ୍କୁ ବିଜେପି ସରକାରରେ କୌଣସି ଦାୟିତ୍ବ ଦିଆଯାଉନାହିଁ । ତେଣୁ ସେପ୍ଟେମ୍ୱରରେ ମୋଦୀଙ୍କୁ ୭୫ ବର୍ଷ ପୁରୁଥିବାରୁ ସେ ଅବସର ନେବେ ବୋଲି କୁହାଯାଉଛି। ୨୦୧୪ ଲୋକସଭା ନିର୍ବାଚନରେ ପରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କଲାପରେ ନରେନ୍ଦ୍ର ମୋଦୀ ଏଭଳି ନିଷ୍ପତ୍ତି ନେଇଥିଲେ । ଏବେ ନିଜ ବଚନ ନିଜେ ରଖି ମୋଦୀ ଅବସର ନେବେ ବୋଲି କୁହାଯାଉଛି। ତେବେ ଦୀର୍ଘ ୧୧ ବର୍ଷ ପରେ ମୋଦୀ RSS ମୁଖ୍ୟାଳୟ ଯିବା ପରେ ଏହି ଚର୍ଚ୍ଚା ଅଧିକ ବଢ଼ିଛି। ସଂଘ ମଧ୍ୟ ମୋଦୀଙ୍କ ବିକଳ୍ପ ନେତା ଚିନ୍ତା କରୁଥିବା କଥା ଚର୍ଚ୍ଚା ହେଉଛି । ମୋଦୀଙ୍କ ଅବସର ନେଇ ଶିବସେନା ନେତାମାନେ ଜୋର୍ ଦେଉଛନ୍ତି। ତେବେ ଏହି ଦାବିକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଖଣ୍ଡନ କରିଥିଲେ ମଧ୍ୟ ମୋଦୀ ସେପ୍ଟେମ୍ବରରେ ଅବସର ନନେଲେ ବିଜେପିରେ ଗୋଷ୍ଠୀ କନ୍ଦଳ ବଢିବ ବୋଲି କୁହାଯାଉଛି। ତେବେ ମୋଦୀଙ୍କ ଉତ୍ତରାଧିକାରୀ ଭାବେ ଅମିତ ଶାହ,ଦେବେନ୍ଦ୍ର ଫଡନାଭିସ, ନୀତିନ ଗଡକରୀଙ୍କ ନାଁ ଚର୍ଚ୍ଚାରେ ରହିଛି। ସବୁଠୁ ଆଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁ ରହିଛି ବୋଲି କୁହାଯାଉଛି। ଏଭଳି ଚର୍ଚ୍ଚା ଭିତରେ ଯୋଗୀଙ୍କ ମନ୍ତବ୍ୟ ଆଉ ଏକ ଚର୍ଚ୍ଚା ପାଲଟିଛି । ଏକ ଜଣାଶୁଣା ଗଣମାଧ୍ୟମର ପଡକାଷ୍ଟରେ ଯୋଗୀ କହିଛନ୍ତି , ’ରାଜନୀତି ମୋର ଫୁଲ ଟାଇମ୍ ଜବ୍ ନୁହେଁ । ତେବେ ସଂଘର ପ୍ରଥମ ପସନ୍ଦ ଯୋଗୀ ଆଦିତ୍ୟନାଥ ରହିଥିବା କୁହାଯାଉଛି। ଅନ୍ୟପଟେ ଯଦି ମୋଦୀ ଅବସର ନିଅନ୍ତି ତେବେ କେନ୍ଦ୍ରରୁ ବିଜେପି ସରକାର ଭଙ୍ଗାଯିବ ବୋଲି ଚର୍ଚ୍ଚା ହେଉଛି। ଏହି ସୁଯୋଗ ଦେଖି ନୀତିଶ କୁମାର ଓ ଚନ୍ଦ୍ରବାବୁ ନାୟୁଡୁ NDA ସାହାରା ଛଡେଇ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାସହ ମୋଦୀ ଅବସର ନେଲେ ବିଜେପି ଭୋଟ ଉପରେ ବଡ ପ୍ରଭାବ ପଡିପାରେ ବୋଲି କୁହାଯାଉଛି। ତେବେ ଦେଖାଯାଉ ମୋଦୀ ଅବସର ନେଉଛନ୍ତି କି ନାହିଁ ?

