ଗୁରୁବାର କଂଗ୍ରେସ ଆନ୍ଦୋଳନ ବେଳେ ପୋଲିସ ଓ ବିକ୍ଷୋଭକାରୀଙ୍କ ଭିତରେ ହୋଇଥିବା ଖଣ୍ଡଯୁଦ୍ଧରେ ଉଭୟ ପକ୍ଷର ଅନେକ ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ, ୨୦ ଜଣ କଂଗ୍ରେସ କର୍ମୀ ଆହତ ହୋଇଥିବା ବେଳେ ୧୨ ଜଣ ପୋଲିସ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ କଂଗ୍ରେସ କର୍ମୀମାନକୁ ହସ୍ପିଟାଲରେ ଭେଟିଛନ୍ତି ପ୍ରଭାରୀ ଅଜୟ ଲଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ ଓ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ । ଅନେକ କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫଟିବା ସହିତ ଗୁରୁତର ଆହତ ହୋଇଛନ୍ତି। ଶ୍ରୀକାନ୍ତ ଜେନା କହିଛନ୍ତି, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପରିଣାମ ଆଗାମୀ ଦିନରେ ଭୋଗ କରିବ ବିଜେପି । ମୋକିମ କହିଛନ୍ତି, ପୋଲିସ ମଧ୍ୟ ଆନ୍ଦୋଳନକାରୀମାନଙ୍କୁ ଢେଲା ପଥର ମାଡ଼ କରିଥିଲା । ସେପଟେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରନିଆ କହିଛନ୍ତି, ‘ମୁଁ ଆହତଙ୍କୁ ଭେଟିବାକୁ ଆସିନି । ମୁଁ ଦେଖିବାକୁ ଆସିଥିଲି ଅସାମାଜିକ ଲୋକ ମାନଙ୍କ କାର୍ଯ୍ୟକଳାପ ଦେଖିଲି । ଯେଉଁ ମାନେ ପୋଲିସ ବର୍ଦ୍ଦିରେ ହାତ ଲଗାଇଛନ୍ତି କାହାକୁ ବି ଛଡ଼ା ଯିବ ନାହିଁ । ଅସାମାଜିକ କାର୍ଯ୍ୟ କଲେ କାହାରିକୁ ଛାଡ଼ିବୁ ନାହିଁ । ପୋଲିସ ବର୍ଦିରେ ହାତ ଦେଲେ କାହାକୁ ବି ଛାଡ଼ିବୁ ନାହିଁ । ଅସାମାଜିକ ବ୍ୟକ୍ତିତ୍ଵଙ୍କୁ ଖୋଜି ଖୋଜି ଧରା ଯିବ । ତାଙ୍କୁ ଜେଲରେ ପୁରାଯିବ । ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ଯେଉଁଠି ବି ଲୁଚିକି ଥିବ ଖୋଜି ଖୋଜି ଜେଲ ରେ ପୁରା ଯିବ ।’

