Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଆଞ୍ଚଳିକ

କିଟ୍‌-କିସ୍‍ରେ ଖୋଲିବ ଲିଆଣ୍ଡର ପେସ୍‍-ସାମନ୍ତ କ୍ରୀଡ଼ା ଆକାଡେମୀ

ଭୁବନେଶ୍ୱର, ୧୦ । ୫: କିଟ୍‍ ଓ କିସ୍‍ରେ ଖୋଲିବ ଲିଆଣ୍ଡର ପେସ୍‍-ସାମନ୍ତ କ୍ରୀଡ଼ା ଆକାଡେମୀ । ଏନେଇ ଶୁକ୍ରବାର କିଟ୍‍-କିସ୍‍ ଓ ଲିଆଣ୍ଡର ପେସ୍‍ଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ କିଟ୍‍ ଓ କିସ୍‍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ଅନ୍ୟ ପକ୍ଷରେ ଲିଆଣ୍ଡର୍‍ ପେସ୍‍ ଏହି ବୁଝାମଣାରେ ସ୍ୱାକ୍ଷର କରିଛନ୍ତି । ବୁଝାମଣାପତ୍ର ଅନୁଯାୟୀ ଲିଆଣ୍ଡର ପେସ୍‍-ସାମନ୍ତ ଆକାଡେମୀ ଟେନିସ୍‍ ସମେତ ୧୬ଟି କ୍ରୀଡ଼ାର ବିକାଶ ଦିଗରେ କାର୍ଯ୍ୟ କରିବେ । କ୍ରୀଡ଼ା କ୍ଷେତ୍ରରେ ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବେ କିଟ୍‍ ଓ କିସ୍‍ ଭାରତରେ ମାଇଲ୍‍ଖୁଣ୍ଟ ସ୍ଥାପନ କରିଥିବାରୁ ଲିଆଣ୍ଡର କିଟ୍‍ ଓ କିସ୍‍ ସହ ସହବନ୍ଧିତ ହୋଇ ଏହାକୁ ଆହୁରି ଆଗକୁ ନେବା ପାଇଁ ଆଗେଇ ଆସିଛନ୍ତି । ଏଥି ନିମନ୍ତେ କିଟ୍‍-କିସ୍‍ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦେବ ଏବଂ ଲିଆଣ୍ଡର ବୈଷୟିକ ଜ୍ଞାନ ସହ କ୍ରୀଡ଼ା କ୍ଷେତ୍ରରେ ଥିବା ତାଙ୍କର ବିଶେଷ ଜ୍ଞାନ ଯୋଗାଇ ଦେବେ । ଅଲମ୍ପିପିଆନ୍‌, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ବିଜେତା ପଦ୍ମ ଭୂଷଣ ଲିଆଣ୍ଡର ପେସ୍‍ ହେଉଛନ୍ତି ଭାରତୀୟ ପୂର୍ବତନ ଟେନିସ୍ ଖେଳାଳି, ପ୍ରଥମ ଏସୀୟ ପୁରୁଷ ଯିଏକି ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମରେ ସ୍ଥାନ ପାଇଛନ୍ତି । ସେ ଆଠଟି ପୁରୁଷ ଡବଲ୍ସ ଏବଂ ଦଶଟି ମିଶ୍ରିତ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ରେକର୍ଡ କରିଛନ୍ତି । ଏହି ବୁଝାମଣାପତ୍ର ସ୍ୱାକ୍ଷର କରିବା ପରେ ଲିଆଣ୍ଡର ଖୁସି ବ୍ୟକ୍ତ କରିବା ସହ କ୍ରୀଡ଼ା କ୍ଷେତ୍ରରେ କିଟ୍‍ ଓ କିସ୍‍କୁ ବିଶ୍ୱରେ ପ୍ରତିଷ୍ଠିତ କରାଇବା ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିଟ୍‍ ଓ କିସ୍‍ରେ ସର୍ବୋତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ରହିଛି ବୋଲି ସେ କହିଛନ୍ତି । ଆଗାମୀ ୧୫ବର୍ଷ ମଧ୍ୟରେ ୨ଲକ୍ଷ ୫୦ ହଜାର କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ନେଇ ଲିଆଣ୍ଡର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ବିପୁଳ ଅଭିଜ୍ଞତା ଥିବା ବିଶ୍ୱର ପ୍ରତିଭାମାନଙ୍କୁ ଆଣି ଏହି ଆକାଡେମୀ ମାଧ୍ୟମରେ ନୂତନ କ୍ରୀଡ଼ା ପ୍ରତିଭାଙ୍କ ଭାବାତ୍ମକ, ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ବିକାଶ ସହ ସେମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ବିଶେଷ ତାଲିମ ଓ ସୁଯୋଗ ଦିଆଯିବ । କିଟ୍‍ ଓ କିସ୍‍ରେ ମୁଁ ପ୍ରଥମ ଆକାଡେମୀ କରିବାକୁ ଯାଉଥିôବାରୁ ବହୁତ ଆନନ୍ଦିତ ବୋଲି ଲିଆଣ୍ଡର କହିଛନ୍ତି । ଅନ୍ୟ ପକ୍ଷରେ ଶ୍ରୀ ସାମନ୍ତ କହିଛନ୍ତି, କିଟ୍‍ ଓ କିସ୍‍ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଗତ ୨୦ ବର୍ଷ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଛି । ପଦ୍ମଭୂଷଣ ଲିଆଣ୍ଡର ପେସ୍‍ଙ୍କ ଭଳି ଜଣେ ବ୍ୟକ୍ତିତ୍ୱ କ୍ରୀଡ଼ାର ପ୍ରସାର ନେଇ ଆମ ସହ ଯୋଡ଼ି ହୋଇଥିବାରୁ କିଟ୍‍ ଓ କିସ୍‍ ତାଙ୍କୁ କୃତଜ୍ଞତା ଜଣାଉଛି । ଏହା ନିଶ୍ଚିତ ଭାବେ ଆମ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି । ଏହି କ୍ରୀଡ଼ା ଆକାଡେମୀ ପ୍ରତିଷ୍ଠା ହେବା ଦ୍ୱାରା କ୍ରୀଡ଼ାବିତ ବିଶେଷକରି ଓଡ଼ିଶାର କ୍ରୀଡ଼ାବିତମାନେ ଉପକୃତ ହେବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

editor jai odisha by editor jai odisha
May 15, 2025
in ଆଞ୍ଚଳିକ
0
କିଟ୍‌-କିସ୍‍ରେ ଖୋଲିବ ଲିଆଣ୍ଡର ପେସ୍‍-ସାମନ୍ତ କ୍ରୀଡ଼ା ଆକାଡେମୀ
0
SHARES
0
VIEWS
Share on FacebookShare on Twitter
Previous Post

କିଟ୍‍ ପରିସରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

Next Post

କିଟ୍‌-କିସ୍‍ରେ ଖୋଲିବ ଲିଆଣ୍ଡର ପେସ୍‍-ସାମନ୍ତ କ୍ରୀଡ଼ା ଆକାଡେମୀ

editor jai odisha

editor jai odisha

Next Post
କିଟ୍‌-କିସ୍‍ରେ ଖୋଲିବ ଲିଆଣ୍ଡର ପେସ୍‍-ସାମନ୍ତ କ୍ରୀଡ଼ା ଆକାଡେମୀ

କିଟ୍‌-କିସ୍‍ରେ ଖୋଲିବ ଲିଆଣ୍ଡର ପେସ୍‍-ସାମନ୍ତ କ୍ରୀଡ଼ା ଆକାଡେମୀ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In