ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ଉପକୃତ ହେବେ କେନ୍ଦୁପତ୍ର ହିତାଧିକାରୀ। କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ଆସିଛି ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା’। କେନ୍ଦୁପତ୍ର ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର, ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କ। ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି। ୮,୫୯,୪୪୯ ଜଣ ତୋଳାଳୀଙ୍କ ମଧ୍ୟରୁ ୮୩.୯୨% ମହିଳା ଅଟନ୍ତି। ଲାଭାଂଶକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (ଡ଼ିବିଟି) ମାଧ୍ୟମରେ ପ୍ରଦାନ କରାଯାଉଅଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନାର ସଫଳ ରୂପାୟନ ପାଇଁ ୨o୨୪-୨୫ ଆର୍ଥିକ ବର୍ଷରେ “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି” ମାଧ୍ୟମରେ ୫୦.୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଅଛି।

