Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜ୍ୟ

ଜନଜାତି ମାନଙ୍କର ସ୍ୱାଭିମାନର ପରିଚୟ “ଆଦି କର୍ମଯୋଗୀ” କାର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି( ଜୟ ଓଡିଶା) : - ଭାରତର ମୂଳପିଣ୍ଡ ,ଭାରତର ଐତିହ୍ୟ ଓ ସଂସ୍କୃତିର ପରିଚାୟକ ହେଉଛନ୍ତି ଜନଜାତି। ଯାହାଙ୍କର ବିକାଶରେ ଆଜିର ବିକଶିତ ଭାରତ ପରିକଳ୍ପନା। ଏହି ବିକଶିତ ଭାରତ ର ଉଦ୍ଘୋଷଣା ରେ ଏକ ଅଭିନବ ପ୍ରୟାସ ହେଉଛି "ଆଦି କର୍ମଯୋଗୀ" କାର୍ଯ୍ୟକ୍ରମ । ଯେଉଁ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ମୂଳ ଆଦିବାସୀ ମାନଙ୍କର ଜୀବନ ଶୈଳୀ ରେ ଆସିଥିବା ପରିବର୍ତ୍ତନ ଓ ଆଗାମୀ ଭବିଷ୍ୟତର ସେମାନଙ୍କର ଲକ୍ଷ୍ୟକୁ ଏକ ନୂତନ ଦିଶା ଦେବାରେ କିଭଳି ଭାବରେ ଆମେ ପ୍ରୟାସ ବଦ୍ଧ ତାହାର ଏକ ମନୋଜ୍ଞ ପରିକଳ୍ପନା । ଏହି କାର୍ଯ୍ୟକ୍ରମ ଅଧୀନରେ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକର ୩୪୫ ଗୋଟି ଜନଜାତି ବହୁଳ ଗ୍ରାମ ଚିହ୍ନଟ କରାଯାଇଛି । ସେଥି ମଧ୍ୟରୁ ଗୁମ୍ମା, ରା.ଉଦୟଗିରି, ରାୟଗଡ଼,ମୋହନା ,ନୂଆଗଡ, କାଶୀନଗର ଓ ଗୋଷାଣୀ ବ୍ଲକ ର ଯଥା କ୍ରମେ ୧୪୧,୧୧୬,୩୦,୨୬,୧୨,ଓ ୬ ଗୋଟି ଗ୍ରାମକୁ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜନଜାତି ଗ୍ରାମ ଗୁଡିକରେ ବିଭିନ୍ନ ଗଠନ ମୂଳକ ଓ ଅଭିନବ ଚିନ୍ତାଧାରାକୁ ସାମିଲ କରାଯାଇଛି ,ଯେମିତି କି - ଆଦିବାସୀ ଗ୍ରାମ ଗୁଡିକରେ ଆଦି କର୍ମାଯୋଗୀ କାର୍ଯ୍ୟକ୍ରମର ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଆଦି କର୍ମଯୋଗୀ ଗ୍ରାମ୍ୟ କର୍ମଶାଳା ଏବଂ ଆଦି ସେବା କେନ୍ଦ୍ର ର ଉଦ୍ଘାଟନ ଓ କାର୍ଯ୍ୟକ୍ଷମତା ଭଳି ବହୁ ସୁଦୂର ପ୍ରସାରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରା ଯାଇଛି । ଆଦି ସେବା କେନ୍ଦ୍ର ଯାହା କୁ ଭିଜନ-୨୦୩୦ ରେ ଭାରତ ସରକାର ଏକ ପ୍ରୟାସ ଭାବରେ ଗ୍ରହଣ କରିଛନ୍ତି । ଯେଉଁ ସେବାକେନ୍ଦ୍ର ରେ ଯୋଜନା ବିସ୍ତାର, ସେବା ସମୟ, ସେବା ସୁବିଧା ଆଦି ପ୍ରାଚୀର ରେ ଉଲ୍ଲେଖ ରହିବା ସହ ସେବାକେନ୍ଦ୍ର ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନଜାତି ମାନଙ୍କର ସର୍ବାଙ୍ଗୀନ ଉନ୍ନତିର ଏକ ପ୍ରୟୋଗଶାଲା ଭାବରେ କାର୍ଯ୍ୟ କରିବ ବୋଲି ଆଶା ଓ ବିଶ୍ବାସ ପୋଷଣ କରାଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରଖା ଯାଇଛି କି, ଆମ ଅଞ୍ଚଳର ଜନଜାତି ମାନଙ୍କର ଜୀବନଶୈଳୀ,ଗ୍ରାମର ଭିତ୍ତିଭୂମି,ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ ଓ ପରିମଳ ଆଦିର ସର୍ବାଦୌ ଉନ୍ନତି କରଣ ଦିଗରେ ବିଶେଷ ଧ୍ୟାନ ଦେବା ସହିତ ଜନଜାତି ମାନଙ୍କୁ କିଭଳି କ୍ଷମତା ଶୀଳ ଓ ସ୍ଵଭାବଲମ୍ବି କରାଇପାରିବ। ଏହି କାର୍ଯ୍ୟକ୍ରମକୁ ଅଧିକ ଜନପ୍ରିୟ ଓ ପ୍ରଭାବଶାଳୀ କରିବା ପାଇଁ ଏକ ପକ୍ଷ ପରିକଳ୍ପନା ମଧ୍ୟ କରାଯାଇଛି । ଯାହା ୧୭ ସେପ୍ଟେମ୍ବର ୨୦୨୫ ଠାରୁ ୦୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ "ଆଦି ସେବା ପର୍ବ" ନାମରେ ଜାରି ରହିଛି । ଏହି ପକ୍ଷ ଅଧୀନରେ ବିଭିନ୍ନ ସରକାରୀ ବିଦ୍ୟାଳୟ ,ମହାବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଜନଜାତି ମାନଙ୍କର ସଂସ୍କୃତି ଓ ଭାବଧାରା କୁ ନେଇ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଛି । ଯାହାର ଫଳାଫଳ ଓ ପୁରସ୍କାର ଆଗାମୀ ୦୨ ଅକ୍ଟୋବର ୨୦୨୫ ଆଦି ସେବା ପର୍ବ ର ଉଦଯାପନୀ ପକ୍ଷରେ ଘୋଷଣା କରାଯାଇଛି । ଆହୁରି ମଧ୍ୟ ଏହି ” ଆଦି କର୍ମଯୋଗୀ” କାର୍ଯ୍ୟକ୍ରମ ରେ ଆମ୍ଭ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ,ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାକୃତ ସଂଗଠନ ର ଯଥାକ୍ରମେ ୧୨୦୦ ,୧୮୫୦ ଓ ୨୬୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ କର୍ମଚାରୀ ନିଜକୁ ପଞ୍ଜିକରଣ କରିବା ସହ ଜଣେ ଜଣେ କର୍ମଯୋଗୀ ର ପରାକାଷ୍ଠା ଦେଖେଇବା ଦିଗରେ ବ୍ରତୀ ଅଛନ୍ତି । ସର୍ବଶେଷରେ ଯାହାଙ୍କ ପାଇଁ ଏ କାର୍ଯ୍ୟକ୍ରମ ସେହି ଜନଜାତି ର ସଦସ୍ୟ ମାନଙ୍କୁ ଏହି କାର୍ଯ୍ୟ କ୍ରମରେ ଜଣେ ଜଣେ "ଆଦିକର୍ମ ଯୋଗୀ ସାଥୀ " ହିସାବରେ ବିବେଚନା କରାଯାଇ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ସଫଳ କରିଛି ।

editor jai odisha by editor jai odisha
October 5, 2025
in ରାଜ୍ୟ
0
ବିଶ୍ଵ ପ୍ରାଣୀ ଦିବସ ପାଳିତ
0
SHARES
1
VIEWS
Share on FacebookShare on Twitter
Previous Post

ବିଶ୍ଵ ପ୍ରାଣୀ ଦିବସ ପାଳିତ

Next Post

ଭୂସ୍ଖଳନ ଯୋଗୁଁ ବାପା ପୁଅର ସନ୍ଧାନ ମିଳିନି ଯୁଦ୍ଧ କାଳୀନ ଭିତ୍ତିରେ ସର୍ଚ୍ଚ ଅପରେସନ ଜାରି

editor jai odisha

editor jai odisha

Next Post
ଭୂସ୍ଖଳନ ଯୋଗୁଁ ବାପା ପୁଅର ସନ୍ଧାନ ମିଳିନି ଯୁଦ୍ଧ କାଳୀନ ଭିତ୍ତିରେ ସର୍ଚ୍ଚ ଅପରେସନ ଜାରି

ଭୂସ୍ଖଳନ ଯୋଗୁଁ ବାପା ପୁଅର ସନ୍ଧାନ ମିଳିନି ଯୁଦ୍ଧ କାଳୀନ ଭିତ୍ତିରେ ସର୍ଚ୍ଚ ଅପରେସନ ଜାରି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In