ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି। ଜମ୍ମୁ-କାଶ୍ମୀର କାଠୁଆରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇ ୫ ଆତଙ୍କୀ ନିପାତ ହୋଇଛନ୍ତି। ଏନକାଉଣ୍ଟରରେ ୨ ଯବାନ ଆହତ ହୋଇଛନ୍ତି। ଗତ ରବିବାର ଠାରୁ ଚାଲିଛି ଏହି ସର୍ଚ୍ଚ ଅପରେସନ। ଜାଖୋଲେ ଗାଁ ନିକଟରେ ଘଟିଥିଲା ଏନକାଉଣ୍ଟର। ଏବେବି ଅନେକ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି। ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ପରେ ଖସି ପଳାଇବାରେ ସଫଳ ହୋଇଥିଲେ ଆତଙ୍କବାଦୀ। ପାକିସ୍ତାନରୁ ନୂତନ ଭାବେ ଖୋଳାଯାଇଥିବା ସୁଡ଼ଙ୍ଗ କିମ୍ବା ଘାଟି ରାସ୍ତା ଦେଇ ଆତଙ୍କବାଦୀ ଆସିଥିବା ସନ୍ଦେହ କରାଯାଉଛି। ଆତଙ୍କବାଦୀଙ୍କୁ ଠାବ କରିବାକୁ ଡ୍ରୋନର ସହାୟତା ନିଆଯାଇଥିଲା। ହୀରାନଗର ସେକ୍ଟରରୁ ପ୍ରାୟ ୩୦ କିଲୋମିଟର ଦୂର ରାଜବାଗର ଘାଟି ଜୁଥାନାର ଜାଖୋଲେ ଗାଁ ନିକଟରେ ଘଟିଥିଲା ଏ ଗୁଳିବିନିମୟ।

