Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଜାତୀୟ

ଦାୟିତ୍ବରୁ ହଟିଲେ ଏୟାର ଇଣ୍ଡିଆର ୩ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ( ଏଜେନ୍ସି) : ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)ଙ୍କ ନିର୍ଦେଶକ୍ରମେ ଏୟାର ଇଣ୍ଡିଆର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ଏହି ଅଧିକାରୀମାନେ ହେଲେ ଚୁରା ସିଂହ (ଡିଭିଜିନାଲ ଭାଇସ୍‌ ପ୍ରେସିଡେଣ୍ଟ), ପିଙ୍କି ମିତ୍ତଲ (ଚିଫ୍‌ ମ୍ୟାନେଜର-ଡାଇରେକ୍ଟୋରେଟ୍‌ ଅଫ୍‌ ଅପରେସନସ୍‌) ଏବଂ ପାୟଲ ଆରୋରା (କ୍ରିଉ ସିଡ୍ୟୁଲିଂ ଆଣ୍ଡ୍‌ ପ୍ଲାନିଂ)। ଏହି ଅଧିକାରୀମାନେ ପାଇଲଟ୍‌ ଓ କ୍ରିଉଙ୍କ ନିୟମିତ/ରୋ​‌ଷ୍ଟର ଡ୍ୟୁଟି ନିର୍ଘଣ୍ଟ ଦାୟିତ୍ବରେ ରହିଥିଲେ। ଏଥିସହିତ ଏହି ଅଧିକାରୀଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ଏଥିରେ ବ୍ୟତିକ୍ରମ ଘଟେ, ତେବେ ଏୟାର ଇଣ୍ଡିଆର ବିମାନ ଚଳାଚଳ ଲାଇସେନ୍ସ ବାତିଲ ହୋଇପାରେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ଏୟାର ଇଣ୍ଡିଆର ଘରୋଇ ଓ ଆନ୍ତର୍ଜାତିକ ନେଟ୍‌ୱାର୍କରେ ସାମିଲ କ୍ରିଉ (ପାଇଲଟ୍‌ ଓ କ୍ୟାବିନ କର୍ମଚାରୀ) ପରିଚାଳନାକୁ ନେଇ ନିକଟରେ ଅଡିଟ୍‌ କରାଯାଇଥିଲା। ଅପରପକ୍ଷରେ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ତିନି ଅଧିକାରୀଙ୍କୁ ଅନ୍ୟ ଦାୟିତ୍ବ (ନନ୍‌ ଅପରେସନାଲ) ଦେବାକୁ ଡିଜିସିଏ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଏୟାର ଇଣ୍ଡିଆ ବିମାନଗୁଡିକର କ୍ରିଉ ପରିଚାଳନାକୁ ନେଇ ନିକଟରେ ଅଡିଟ୍‌ କରାଯାଇଥିଲା। ତଦନୁଯାୟୀ ମେ’ ୧୭ରେ ବେଙ୍ଗାଲୁରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଏକାଧିକ ଅନିୟମିତତା ପରିଲକ୍ଷିତ ହୋଇଥିଲା। ପାଇଲଟଙ୍କ ପାଇଁ ଦୈନିକ ସର୍ବାଧିକ ୧୦ ଘଣ୍ଟା ବିମାନ ଉଡାଇବାର ନିୟମ ଥିବାବେଳେ ଏହି ବିମାନକୁ ଉଡାଇଥିବା ପାଇଲଟ୍‌ ସେଦିନ ଅଧିକ ସମୟ କକ୍‌ପିଟ୍‌ରେ ବିତାଇଥିବାର ପ୍ରମାଣ ମିଳିଛି। ଏୟାର ଇଣ୍ଡିଆର ଆଇଓସିସି (ଇଣ୍ଟିଗ୍ରେଟେଡ ଅପରେସନ୍‌ସ କଣ୍ଟ୍ରୋଲ ସେଣ୍ଟର) କ୍ରିଉ ପରିଚାଳନା, ବିମାନ ଚଳାଚଳ, ପାଣିପାଗ ସ୍ଥିତି ଏବଂ ରୁଟ୍‌ ପରିଚାଳନା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେଇଥାଏ। ଏଥିରେ ବ୍ୟତିକ୍ରମ ଘଟିଲେ ବିମାନ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଉପୁଜିଥାଏ। ଡିଜିସିଏ ପକ୍ଷରୁ ପ୍ରଚଳିତ ନିୟମ ଅନୁଯାୟୀ କକ୍‌ପିଟ୍‌ରେ ବସିଥିବା ଦୁଇ ପାଇଲଟ୍‌ (କ୍ୟାପଟେନ ଓ ଫାଷ୍ଟ ଅଫିସର)ଙ୍କ ମୋଟ ଉଡାଣ ଅଭିଜ୍ଞତା ସମୟ ନିର୍ଦ୍ଧାରିତ ମାନଦଣ୍ଡକୁ ପୂରଣ କରୁଥିବା ଉଚିତ। ପୁନଶ୍ଚ ଖରାପ ପାଣିପାଗ, ମହାସାଗର ଉପର ଦେଇ ବିମାନ ଉଡାଇବା, ଲେଡ୍/ଲଦାଖ ଭଳି ବିପଦସଙ୍କୁଳ ବିମାନବନ୍ଦରରେ ଉଡାଣ/ଅବତରଣ କରିବାର ଅଭିଜ୍ଞତା ପାଇଲଟଙ୍କ ନିକଟରେ ରହିଥିବ। କକ୍‌ପିଟ୍‌ରେ ବସିଥିବା ପାଇଲଟଙ୍କ ନିକଟରେ ବୈଧ ଲାଇସେନ୍ସ ଥିବା ଜରୁରୀ। ପୁନଶ୍ଚ ନିର୍ଦିଷ୍ଟ ବିମାନ ଉଡାଇବା ପୂର୍ବରୁ ପାଇଲଟଙ୍କୁ ଉପଯୁକ୍ତ ବିଶ୍ରାମ ମିଳୁଥିବା ଜରୁରୀ ବୋଲି ନିୟମ ରହିଛି।

editor jai odisha by editor jai odisha
June 22, 2025
in ଜାତୀୟ
0
ଦାୟିତ୍ବରୁ ହଟିଲେ ଏୟାର ଇଣ୍ଡିଆର ୩ ବରିଷ୍ଠ ଅଧିକାରୀ
0
SHARES
1
VIEWS
Share on FacebookShare on Twitter
Previous Post

ଭାରତର ୪୭୧ ରନ୍‌ ଜବାବରେ ଇଂଲଣ୍ଡ ୩/୨୦୯

Next Post

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ବିଶାଖାପାଟଣାରେ ବିଶ୍ବ ରେକର୍ଡ

editor jai odisha

editor jai odisha

Next Post
ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ବିଶାଖାପାଟଣାରେ ବିଶ୍ବ ରେକର୍ଡ

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ବିଶାଖାପାଟଣାରେ ବିଶ୍ବ ରେକର୍ଡ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In