ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଗୁରୁବାର ଶପଥ ନେଇଛନ୍ତି ରେଖା ଗୁପ୍ତା । ସେହିଭଳି ଉପ ମୁଖ୍ୟମନ୍ତ୍ରୀ ପରଭେଶ ବର୍ମାଙ୍କ ସହ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ରାମଲୀଳା ମୈଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି ।ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି। ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାମଲୀଳା ପଡ଼ିଆରେ ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା। ୫୦ ବର୍ଷୀୟ ରେଖା ନିଜ ପ୍ରତିଦ୍ବନ୍ଦ୍ବୀ ବନ୍ଦନା କୁମାରୀଙ୍କୁ ୨୯ ହଜାର ଭୋଟ୍ରେ ହରାଇ ସାଲିମାର୍ ବାଗ୍ ଆସନରୁ ବିଜୟୀ ହୋଇଛନ୍ତି। ରେଖାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ଜେପି ନଡ୍ଡାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ।

