Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଆଞ୍ଚଳିକ

ପିପିଲିରେ ରଥଯାତ୍ରା ପାଳିତ

ପିପିଲି( ଜୟ ଓଡିଶା) : ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାରେ ଶୁକ୍ରବାର ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବ ଭକ୍ତଙ୍କ ଗହଣରେ ଘୋଷଯାତ୍ରା କରିଥିବାବେଳେ ଏଥିଯୋଗୁଁଁ ପିପିଲିର ରଥଟଣା ରାସ୍ତା ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନୀରେ କମ୍ପି ଉଠିଥିଲା। ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ଶୁକ୍ରବାର ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରୀତିନୀତି ସଂପନ୍ନ ପରେ ପୂର୍ବାହ୍ନ ସାଢେ ୧୦ଟାରେ ପହଣ୍ଡି କରାଯାଇ ଠାକୁରମାନଙ୍କୁ ରଥାରୁଢ କରାଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଛନା କରାଯାଇଥିବା ବେଳେ ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ଚନ୍ଦନ ମହାପାତ୍ର ଠାକୁରଙ୍କ ବିଭିନ୍ନ ସେବାନୀତି କରିଥିଲେ। ପୂର୍ବତନ ପୌରାଧ୍ୟକ୍ଷ ତଥା ସମାଜସେବୀ ଗୋକୁଳାନନ୍ଦ ମହାନ୍ତି ଠାକୁର ମାନଙ୍କର ଛେରା ପହଁରା କରିବା ପରେ ଅପରାହ୍ନ ୨ଟାରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା। ଶ୍ରୀପତିତପାବନ ଦେବଙ୍କ ମନ୍ଦିରଠାରୁ ମଢିଆଳି ସାହି ସ୍ଥିତ ମା’ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ଅଢେଇ କିଲୋମିଟର ରାଜପଥ ଉପରେ ଶତାଧିକ ଭକ୍ତ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ନେଇଥିଲେ। ରଥ ଉପରେ ଲକ୍ଷ୍ମୀଧର ମିଶ୍ର ଡାହୁକ ରୂପେ କାର୍ଯ୍ୟ ସଂପାଦନ କରିଥିଲେ। ଅପରାହ୍ନ ୫ଟାରେ ମଢିଆଳିସାହି ଗ୍ରାମ୍ୟଛକଠାରେ ରଥ ପହଞ୍ଚିବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ମା’ ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ସଂଲଗ୍ନ ମାଉସୀ ମା’ଙ୍କ ମନ୍ଦିରକୁ ନିଆଯାଇଥିଲା। ପିପିଲି ରଥଯାତ୍ରା ପରିଚାଳନା କମିଟିର ସଭାପତି ଇଂ ରମେଶ ଚନ୍ଦ୍ର ଶତପଥି, ସଂପାଦକ ପ୍ରଭାତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସୁରେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର, ମନୋଜ ପ୍ରଧାନ, ଆଇନଜୀବୀ ସୁଧୀର କୁମାର ମହାନ୍ତି, ଶିକ୍ଷାବିତ୍‌‌ ସଚ୍ଚିଦାନନ୍ଦ ନାୟକ, ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ମହାପାତ୍ର, ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ଉପସଭାପତି ରାଜକିଶୋର ମହାପାତ୍ର, ସମ୍ପାଦକ ଗୋପାଳ ଚନ୍ଦ୍ର ମହାପାତ୍ର, ସହସମ୍ପାଦକ ବିଭୂତି ଭୂଷଣ ମହାରଣା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମାଜିଷ୍ଟ୍ରେଟ୍‌‌ ଦାୟିତ୍ୱରେ ତହସିଲଦାର ହୃଷିକେଶ ତ୍ରିପାଠୀ ଥିବାବେଳେ ପିପିଲି ଏସ୍‌‌ଡିପିଓ ଦେବାଶିଷ ମିଶ୍ର, ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୁଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ କରିଥିଲା। ପିପିଲି ଅଗ୍ନିଶମ ବାହିନୀ, ପିପିଲି କଲେଜର ସମର ଶିକ୍ଷାର୍ଥି ବାହିନୀ, ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦହି ସରବତ ଓ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା।

editor jai odisha by editor jai odisha
June 27, 2025
in ଆଞ୍ଚଳିକ
0
ପିପିଲିରେ ରଥଯାତ୍ରା ପାଳିତ
0
SHARES
1
VIEWS
Share on FacebookShare on Twitter
Previous Post

କଲ୍ୟାଣସିଂହପୁରରେ ଘୋଷଯାତ୍ରା ପାଳିତ

Next Post

ଜିଲ୍ଲା ପ୍ରଶାସନ ଦ୍ବାରା ଶିଶୁଙ୍କ ପାଇଁ ଦିନଟିଏ ପାଳିତ

editor jai odisha

editor jai odisha

Next Post
ଜିଲ୍ଲା ପ୍ରଶାସନ ଦ୍ବାରା ଶିଶୁଙ୍କ ପାଇଁ ଦିନଟିଏ ପାଳିତ

ଜିଲ୍ଲା ପ୍ରଶାସନ ଦ୍ବାରା ଶିଶୁଙ୍କ ପାଇଁ ଦିନଟିଏ ପାଳିତ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In