ପାଣିପାଗକୁ ନେଇ ପୁଣି ବଡ଼ ଅପଡେଟ୍ ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଆସୁଛି ଲଘୁଚାପ ହେବ ବଡ଼ ବର୍ଷା। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ! ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଏପ୍ରିଲ ୫ କିମ୍ବା ୬ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଇପାରେ । ଆଇ ଏମ୍ ଡି ଅନୁଯାୟୀ ସାଇକ୍ଲୋଜେନେଶିସ ବା ଅବପାତର କ୍ଷୀଣ ସମ୍ଭାବନା ମଧ୍ୟ ରହିଛି। ତେବେ ରାଜ୍ୟରେ କାଳବୈଶାଖୀ ବର୍ଷା ସ୍ଥିତି ବେହାଲ କରିଥିବା ବେଳେ ଏବେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ କି ନାହିଁ ତାହା ଆଉ ଦୁଇ ତିନି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ ।

