ବଦଳିବ ମିଶନ ଶକ୍ତିର ଢାଞ୍ଚା। ବଦଳିବ ସାଂଗଠନିକ ରୂପରେଖ। ସ୍ବୟଂ ସେହାୟକ ଗୋଷ୍ଠୀ ଓ ବିଭିନ୍ନ ସ୍ତରରେ ଥିବା ଫେଡେରେସନର କର୍ମକର୍ତ୍ତା ବି ବଦଳିବେ । ଏ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ଗାଇଡ୍ଲାଇନ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାର ଚିଠି କରିଛିନ୍ତି। ଏ ସଂପର୍କିତ ମୋଡାଲିଟିଜ୍ ଧାର୍ଯ୍ୟ କରିଛନ୍ତି ସରକାର । ଆଉ ନିର୍ଦ୍ଧାରିତ ସମୟ ଅର୍ଥାତ୍ ୪ ମାସ ଭିତରେ ସମସ୍ତ ପ୍ରକ୍ରିୟା ସ୍ଥିର ସାରିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି ।ସେପଟେ ଏହାକୁ ନେଇ ଏବେ ଜୋର ଧରିଛି ରାଜନୀତି । ମିଶନ ଶକ୍ତିର କିଛି କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇଛନ୍ତି । ବିରୋଧୀ ବି ଘେରିଛନ୍ତି ସରକାରଙ୍କୁ । Shg ମହିଳାମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାର ପ୍ରତିବାଦ କରୁଛନ୍ତି। ତେବେ ସରକାର କହିଛନ୍ତି, ପ୍ରଶାସନକୁ ତଳ ସ୍ତରକୁ ନେବାକୁ ଏପରି କରାଯାଇଛି । ଲକ୍ଷ୍ୟ ହେଉଛି ମହିଳାଙ୍କ ସଶକ୍ତ କରିବା । ଲଗାତର ଜଣଙ୍କ ପାଖରେ ନେତୃତ୍ବ ନ ରହି, ପର୍ଯ୍ୟାୟକ୍ରମେ ସମସ୍ତେ ଶକ୍ତିଶାଳୀ ହେବା ଏହି ପରିବର୍ତ୍ତନର ଉଦ୍ଦେଶ୍ୟ।

