ବାସ୍ତୁ ଶାସ୍ତ୍ରରେ ମନି ପ୍ଲାଣ୍ଟକୁ ସୁଖ-ସମୃଦ୍ଧି ଓ ଆର୍ଥିକ ଉନ୍ନତିର ପ୍ରତୀକ ବୋଲି କୁହାଯାଏ । ମାନ୍ୟତା ଅନୁଯାୟୀ, ଏହି ଗଛ କେବଳ ଘରେ ଧନର ଅଭାବକୁ ଦୂର କରେ ତାହା ନୁହେଁ ବରଂ ସମୃଦ୍ଧିକୁ ଆଣିଥାଏ। ଏହାସହ ଘରକୁ ସକରାତ୍ମକ ଶକ୍ତି ମଧ୍ୟ ଆକର୍ଷିତ କରିଥାଏ । ବାସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ସଠିକ୍ ଦିଗ ଓ ନିୟମ ସହ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ। ସେହିପରି ଭୁଲ୍ ଦିଗରେ ରଖିଲେ ବିପରୀତ ଫଳ ମିଳିଥାଏ । ଅଧିକାଂଶ ସମୟରେ ଦେଖିଥିବେ ଲୋକେ ମନିପ୍ଲାଣ୍ଟକୁ ନିଜ ଶୟନ କକ୍ଷରେ ରଖି ଥାନ୍ତି । କିନ୍ତୁ ଏହା ବାସ୍ତୁ ଅନୁଯାୟୀ ଏହା ଠିକ୍ କି ଭୁଲ ଅନେକ ଲୋକେ ଜାଣି ନଥାନ୍ତି । ତେବେ ଜାଣନ୍ତୁ ବାସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ଶୟନ କକ୍ଷରେ ରଖିବା ଉଚିତ୍ କି ନୁହେଁ..
ଶୟନ କକ୍ଷରେ ବାସ୍ତୁ ଅନୁସାରେ ମନିପ୍ଲାଣ୍ଟ ଗଛ ଲଗାଇ ପାରିବେ। ମାତ୍ର ଏହାକୁ ସଠିକ୍ ଦିଗରେ ରଖିବା ଜରୁରୀ। ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଦକ୍ଷିଣ-ପୂର୍ବ ଦିଗରେ ରଖିବା ସବୁଠାରୁ ଶୁଭ ବୋଲି କୁହାଯାଏ । ଏହାଦ୍ୱାରା ଆର୍ଥିକ କ୍ଷେତ୍ର ସହ ସମ୍ପର୍କ ମଜଭୁତ ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଶୟନ କକ୍ଷରେ ସଠିକ୍ ଦିଗରେ ମନିପ୍ଲାଣ୍ଟ ରଖିବା ଦ୍ୱାରା ପତି-ପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିଥାଏ। ଅଯଥାରେ କଳହ ହୋଇନଥାଏ । ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ସହ ହସଖୁସିର ବାତାବରଣ ରହିଥାଏ। ଧନକୁ ଆକର୍ଷିତ କରିଥାଏ।
ବାସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ଘରେ ଲଗାଇବାର ସବୁଠାରୁ ଶୁଭ ଦିନ ହେଉଛି ଶୁକ୍ରବାର। ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଓ କଳହ ଲାଗି ରହୁଥିଲେ ଶୁକ୍ରବାର ଦିନ ଶୟନ କକ୍ଷରେ ମନିପ୍ଲାଣ୍ଟ ଆଣି ରଖନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।ଏହାକୁ କାଚ କିମ୍ବା ମାଟି ପାତ୍ରରେ ଲଗାଇ ପାରିବେ । ଏହାସହ ନୀଳ କିମ୍ବା ସବୁଜ ରଙ୍ଗର କାଚ ପାତ୍ରରେ ଲଗାଇବା ଶୁଭଙ୍କର।
ସଠିକ୍ ଭାବେ ମନିପ୍ଲାଣ୍ଟର ଦେଖାଶୁଣା କଲେ ଘରେ ଶାନ୍ତି, ଧନ ଓ ହସଖୁସିର ବାତାବରଣ ସର୍ବଦା ରହିଥାଏ । ଟଙ୍କା ଅଭାବ ଦୂର ହୋଇ ଆୟରେ ବୃଦ୍ଧି ହୋଇଥାଏ। ଏହି ଗଛକୁ ଭୂଲରେ ବି ଉତ୍ତର-ପୂର୍ବରେ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସହ ଘରର ସଦସ୍ୟଙ୍କ ସବୁବେଳେ ଦେହ ଖରାପ ହୋଇଥାଏ।ଘରେ ଲାଗିଥିବା ମନିପ୍ଲାଣ୍ଟକୁ କେବେ ବି ମାଟି ଉପରେ ମାଡ଼ିବାକୁ ଦିଅନ୍ତୁ ନାହିଁ। ଏଭଳି ହେଲେ ଆପଣଙ୍କ ଧନ ଅନାବଶ୍ୟକ ଜିନିଷରେ ଖର୍ଚ୍ଚ ହେବ।

