କିଟ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳ ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଆଜି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିବା ସହ ହଷ୍ଟେଲରେ ଥିବା ନେପାଳର ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କେବଳ ନେପାଳର ଛାତ୍ରଛାତ୍ରୀଙ୍କ ପାଇଁ ସାଇନ୍-ଏ-ଡାଏ ଘୋଷଣା ହେବା ଏବଂ ସେମାନଙ୍କୁ କ୍ୟାମ୍ପସରୁ ବଳପୂର୍ବକ ବହିଷ୍କାର କରିବା ଆଦି ବିଷୟରେ ତଦନ୍ତ କରାଯିବ। ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଓ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଉକ୍ତ କମିଟି ବିସ୍ତୃତ ତଦାରଖ କରିବ। ଏହାସହ ଅଭିଯୁକ୍ତ ପୁରୁଷ ବନ୍ଧୁର ହେବ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ,ରାଜ୍ୟ ଫରେନସିକରେ ହେବ ଅଭିଯୁକ୍ତର ଟେଷ୍ଟ,ଯୁବତୀଙ୍କୁ ଗାଳି ଦେଇଥିବା ଭଏସ ସହ ମ୍ୟାଚ କରାଯିବ,ଛାତ୍ରୀଙ୍କ ମୃତ୍ୟୁ ପରେ ଭାଇରଲ ହୋଇଥଲା ଏକ ଅଡିଓ। ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୁଧବାର ବିଧାନସଭାରେ କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ତେବେ ଏହି ଘଟଣାକୁ କେନ୍ଦ୍ର କରି ରବିବାରଠୁ କ୍ୟାମ୍ପସ୍ ଅଶାନ୍ତ ହୋଇଥିବା ବେଳେ ଘଟଣାକୁ ନେଇ ଦେଶବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁରୁଷବନ୍ଧୁଙ୍କ ବ୍ଲାକମେଲ୍ରୁ ପ୍ରକ୍ରିତି ଏଭଳି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସହପାଠୀମାନେ ଦାବି କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଶତାଧିକ ନେପାଳୀ ଛାତ୍ରୀଛାତ୍ର ରବିବାର ରାତିରୁ ଆନ୍ଦୋଳନ କରିବା ସହ ସୋମବାର ସକାଳୁ ମଧ୍ୟ ବିଶ୍ୱବିଦ୍ୟାଳୟ ସାମ୍ନା ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ।

