ଆସନ୍ତାକାଲି ଠାରୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା’। କାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏ ଚାଲିବ ଏହି ପ୍ରଦର୍ଶନୀ। ୩୦ ଜିଲ୍ଲାରୁ ୭୦୦ ମହିଳା ମେଳାରେ ଯୋଗ ଦେବେ।ସୁଭଦ୍ରା ମେଳାରେ ୩୦୦ରୁ ଅଧିକ ଷ୍ଟଲ ରହିବ। ଶନିବାର ଜନତା ମଇଦାନରେ ଏହି ମେଳା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଠାରେ ଏସ୍ଏଚ୍ଜି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋ ମୁଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ହେବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

