ଦେଶର ଚାଷୀଙ୍କ ପାଇଁ ଖୁସି ଖବର ଦେଲେ ମୋଦୀ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ। ୯.୮ କୋଟି ଚାଷୀଙ୍କ ଖାତାକୁ ପ୍ରାୟ ୨୨,୦୦୦ କୋଟି ଟଙ୍କା ପଠାଯିବ, ଯାହା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ। ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଅଧୀନରେ, ପ୍ରତ୍ୟେକ ହିତାଧିକାରୀ ଚାଷୀଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାର ତିନୋଟି ସମାନ କିସ୍ତିରେ ବାର୍ଷିକ ୬,୦୦୦ ଟଙ୍କା ଦେଇ ଆସୁଛନ୍ତି।
ଶୁକ୍ରବାର ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଫେବୃଆରୀ ୨୪ରେ ବିହାରର ଭାଗଲପୁରରେ ଏକ କାର୍ଯ୍ୟକ୍ରମରେ ପିଏମ-କିଷାନର ୧୯ତମ କିସ୍ତି ଚାଷୀଙ୍କ ଖାତାକୁ ଛାଡ଼ିବେ। ଏହି ରାଶି ସିଧାସଳଖ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ୧୮ତମ କିସ୍ତିରେ ହିତାଧିକାରୀଙ୍କ ସଂଖ୍ୟା ୯.୬ କୋଟି ବୃଦ୍ଧି ପାଇଛି। ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା PM-KISAN ହେଉଛି ବିଶ୍ୱର ସର୍ବବୃହତ DBT ଯୋଜନା। ଏହି ଯୋଜନା ଚାଷୀମାନଙ୍କୁ ବିହନ ଏବଂ ସାର କିଣିବା ପାଇଁ ସେମାନଙ୍କର ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିଛି।
ଚାଷୀ ସମାଜର ଆୟ ବୃଦ୍ଧି କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି।

