Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ରାଜ୍ୟ

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଭୁବନେଶ୍ବର( ଜୟ ଓଡିଶା) : : ଜାତୀୟ ପ୍ରାଣୀ ବାଘର ରାଜକୀୟ ଠାଣି, ଚାଲି ବିଶେଷ ଆକର୍ଷଣ ରଖୋ ଶକ୍ତିମୟୀ ଦେବୀ ଦୁର୍ଗାଙ୍କ ବାହନ ହେଉଛି ବାଘା ପ୍ରାକୃତିକ ପରିବେଶରେ ଏମାନ ଙ୍କ ଖୋଲା ବିଚରଣ, କ୍ରୀଡ଼ା ବାସ୍ତବିକ ବିମୁଗ୍ଧକରା ସାଧାରଣ ବାଘ ଅପେକ୍ଷା ଧଳାବାଘ ପ୍ରକୃତିର ଏକ ବୈଚିତ୍ରୀ ଧଳାବାଘକୁ ନେଇ ବିଶ୍ଵଦରବାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନା ଏବେ ଏହି ଧଳାବାଘ ସଂଖ୍ୟା ବୃଦ୍ଧି ପାଇଁ କର୍ତ୍ତୃପକ୍ଷ ପ୍ରୟାସ ଜାରି ରଖୁଛନ୍ତି । ମଧ୍ୟପ୍ରଦେଶର ମହାରାଜା ସ୍ୱର୍ଗତ ମାତୃଣ୍ଡ ସିଂହ ୯ମାସର ଏକ ଧଳାବାଘ ଶାବକକୁ ରେଖା ଜଙ୍ଗଲରୁ ଆଣି ପାଖରେ ରଖୁଥିଲେ ଏବଂ ତା’ର ନାମ ଦେଇଥିଲେ ‘ମୋହନ’ ମୋହନ ଓ ପୂର୍ବରୁ ଥିବା ବାଘୁଣୀ ବେଗମର ମିଳନରୁ ଧଳାବାଘ ପରିବର୍ତ୍ତେ ୩ଟି ସାଧାରଣ ବାଘଛୁଆ ଜନ୍ମ ନେଇଥିଲୋ ପରବର୍ତ୍ତୀ ସମୟରେ ମୋହନ ଓ ଜନ୍ମିତ ଏକ ବାଘୁଣୀର ଔରସରୁ ଧଳାବାଘ ଶାବକ ଜନ୍ମ ହେଲା । ରେୱାରୁ ଆସିଥିବା ଧଳାବାଘର ବଂଶ ବିସ୍ତାର ପରେ ଧଳାବାଘଙ୍କୁ ବିଭିନ୍ନ ଚିଡ଼ିଆଖାନାକୁ ପଠାଗଲା। ଏପଟେ ଦିଲ୍ଲୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଥିବା ରେୱାର ପ୍ରଥମ ବଂଶୋଦ୍ଭବ ଧଳାବାଘୁଣୀ ‘ଡାଏନା’କୁ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ୧୯୭୯ ଡିସେମ୍ବର ପ୍ରଥମ ସପ୍ତାହରେ ନନ୍ଦନକାନନକୁ ଅଣାଯାଇ ଥିଲା। ଏଠାରେ ତା’ର ନାମ ପରିବର୍ତ୍ତନ କରାଯାଇ ଶୁଭ୍ରା ରଖାଗଲା ଶୁଭ୍ରାଠାରୁ ନନ୍ଦନକାନନ ଧଳାବାଘ ବଂଶ ବିସ୍ତାର ପ୍ରକ୍ରିୟା ଆରମ୍ଭ ହୋଇନଥିଲେ ମଧ୍ୟ ଏହାହିଁ ନନ୍ଦନକାନନ ପାଇଁ ଶୁଭଙ୍କର ସାଜିଥିଲା। ଶୁଭ୍ରା ଆସିବାର ମାସକ ପରେ କଲକାତା ଚିଡ଼ିଆଖାନାରୁ ଆସିଥିବା ଜଙ୍ଗଲୀ ବାଘ ଦୀପକ ଓ ବାଗୁଣା ଗଙ୍ଗାର ମିଳନରୁ ୧୯୮୦ ଜାନୁଆରୀରେ ୩ଟି ଧଳାବାଘ ଶାବକ ଜନ୍ମ ହୋଇଥିଲେ। ଏହି ଘଟଣା ନନ୍ଦନକାଳନ କର୍ତ୍ତୃପକ୍ଷଙ୍କୁ ଚକିତ କରିଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ଧଳାବାଘ ଜନ୍ମ କାହାଣୀ । ଏହାର ଠିକ୍ ବର୍ଷକ ପରେ ୧୯୮୧ ଡିସେମ୍ବରରେ ଦୀପକ ଓ ଗଙ୍ଗା ଔରସରୁ ପୁଣି ୨ଟି ଧଳାବାଘ ଶାବକ ଜନ୍ମନେଲୋ କର୍ତ୍ତୃପକ୍ଷ ପରୀକ୍ଷା ନିରୀକ୍ଷା ପରେ ‘ରେୱା’ ବାଘ ସହ ଉକ୍ତ ୨ବାଘ ଶାବକଙ୍କ କୌଣସି ସମ୍ପର୍କ ନଥିବାରୁ ନନ୍ଦନକାନନର ବଂଶୋଦ୍ଭବ ବୋଲି କହିଥିଲୋ ୧୯୬୭ରେ ଦୀପକ ଓ ସାଧାରଣ ବାଘୁଣୀ ରାଣୀର ମିଳନରୁ ଗଙ୍ଗା ଜନ୍ମ ନେଇଥିଲା। ପରେ ଶୁଭ୍ରା ଓ ଗଙ୍ଗାର ପୁତ୍ର ଦେବବ୍ରତ ଔରସରୁ ୩ଟି ପର୍ଯ୍ୟାୟରେ ୯ଟି ଧଳାବାଘ ଶାବକ ଜନ୍ମ ହୋଇଥିଲା ସେହିପରି ଦୀପକ ଓ ଶୁଭ୍ରା ଔରସରୁ ୨ଟି ପର୍ଯ୍ୟାୟରେ ଜନ୍ମଗ୍ରହଣ କରିଥିଲେ ୪ଟି ବାଘ ଶାବକା ସେମାନଙ୍କ ମଧ୍ୟରୁ ଗୋଟିଏ ଧଳା ବାଘ ଶାବକ ଥିଲା। ତା’ର ନାମ ଅଶ୍ଵିନୀ ରଖାଗଲା। ୧୯୮୩ ଡିସେମ୍ବର ୨୯ରେ ଶୁକ୍ରା ଓ ଦେବବ୍ରତ ମିଳନରୁ ପୁଣି ୫ଟି ଧଳାବାଘ ଶାବକ ଜନ୍ମ ହୋଇଥିଲା ସମୟାନୁକ୍ରମେ ଧଳାବାଘ ବଂଶ ଏହିପରି ଆଶାତୀତ ଭାବେ ବୃଦ୍ଧି ପାଇଲା। ଦୁଇଟି ସାଧାରଣ ବାଘ ଓ ବାଘୁଣୀଙ୍କ ମିଳନରୁ ଧଳାବାଘ ଜନ୍ମ କାହାଣୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪୫ବର୍ଷର ଇତିହାସ ସୃଷ୍ଟି କଲା। ଫଳରେ ନନ୍ଦନକାନନ ପ୍ରାଣୀଉଦ୍ୟନ ଜାତୀୟ ଧଳାବାଘ ଉଦ୍ୟାନ ଭାବେ ପରିଚିତ ହେଲା ଶୁକ୍ରା ରେୱା ବଂଶୋଦ୍ଭବ ହୋଇଥିବାବେଳେ ଗଙ୍ଗା ନନ୍ଦନକାନନ ବଂଶୋଦ୍ଭବା ଧୀରେ ଧୀରେ ଦେଶ ବିଦେଶର ପ୍ରମୁଖ ଚିଡ଼ିଆଖାନାକୁ ଧଳାବାଘ ପ୍ରଦାନ କରିବାରେ ନନ୍ଦନକାନନ ପ୍ରମୁଖ ଭୂମିକା ଗ୍ରହଣ କଲା ୧୯୮୮ ଅଗଷ୍ଟ ୧୦ରେ ରାଜସ୍ଥାନର ଜୟପୁର ଚିଡ଼ିଆଖାନାକୁ ପ୍ରଥମେ ଗୋଟିଏ ଧଳାବାଘୁଣୀ ଓ ସେହିବର୍ଷ ନଭେମ୍ବର ୬ରେ ଭୋପାଳର ଏକ ଚିଡ଼ିଆଖାନାକୁ ଗୋଟିଏ ଧଳା ବାଘୁଣୀ ପ୍ରଦାନ କରାଯାଇଥିଲା ଶେଷରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉଦ୍‌ଘାଟିତ ହେଲା ପୃଥ‌ିବୀର ପ୍ରଥମ ଧଳାବାଘ ସଫାରୀ ୧୯୯୧ରେ ୧୨ ହେକ୍ଟର ପରିମିତ ଜାଗାରେ ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଧଳାବାଘ ସଫାରୀ ନିର୍ମିତ ହେଲା। ବର୍ତ୍ତମାନ ନନ୍ଦନକାନନରେ ୬ଟି ଧଳାବାଘ (୪ଅଣ୍ଡିରା, ୨ମାଈ) ଅଛନ୍ତି। ତା’ ସହିତ ୪ କଳାବାଘ ( ୩ଅଣ୍ଡିରା, ଗୋଟିଏ ମାଈ) ଓ ୧୯ଟି ସାଧାରଣ (୧୧ଅଣ୍ଡିରା ୮ମାଈ) ବାଘ ଅଛନ୍ତି। ଏମାନେ ଖୁଆଡ଼ ଓ ସଫାରୀ ମଧ୍ୟରେ ରହି ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଛନ୍ତି ପ୍ରତିବର୍ଷ ଜୁଲାଇ ୨୯ରେ ନନ୍ଦନକାନନରେ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଏହିଦିନ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହୁଛି। ଏଥିପାଇଁ କର୍ତ୍ତୃପକ୍ଷ ଉଦ୍ୟାନର ଜାନନ ବାଘ ଖୁଆଡ଼ ସମ୍ମୁଖରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ କର୍ମଚାରୀଙ୍କୁ ନେଇ ଏହି ଉତ୍ସବ ପାଳନ କରିବେ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

editor jai odisha by editor jai odisha
July 29, 2025
in ରାଜ୍ୟ
0
ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ
0
SHARES
1
VIEWS
Share on FacebookShare on Twitter
Previous Post

କଙ୍କଡ଼ାହାଡ଼ ଅଞ୍ଚଳରେ ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ

Next Post

ବୁଲା କୁକୁରଙ୍କ ଉତ୍ପାତକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

editor jai odisha

editor jai odisha

Next Post
ବୁଲା କୁକୁରଙ୍କ ଉତ୍ପାତକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ବୁଲା କୁକୁରଙ୍କ ଉତ୍ପାତକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In