ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମୋହନ ସରକାର ଦେଲେ ଖୁସି ଖବର।ଏପ୍ରିଲ ୧ରୁ ସ୍କୁଲ ପିଲାଙ୍କୁ ମିଳିବ ଲଡୁ। ଏପ୍ରିଲ ୧ରୁ ସ୍କୁଲ ପିଲାଙ୍କୁ ମିଳିବ ପୁଷ୍ଟିକର ଲଡୁ। ସପ୍ତାହକୁ ୩ ଦିନ ମିଳିବ ପୋଷକ ତତ୍ତ୍ବରେ ଭରପୂର ଲଡୁ। PM ପୋଷଣ ଯୋଜନାରେ ପ୍ରଥମରୁ ଦଶମ ପିଲାଙ୍କୁ ମିଳିବ ପୁଷ୍ଟିକର ଲଡୁ। ସୋମ, ମଙ୍ଗଳ ଓ ଗୁରୁବାର ଦିନ ସବୁ ପିଲା ଖାଇବେ ଲଡୁ। ସକାଳେ ପ୍ରାର୍ଥନା ପରେ ପିଲାଙ୍କୁ ପୁଷ୍ଟିକର ଲଡୁ ଖାଇବାକୁ ଦିଆଯିବ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପିଲାଙ୍କୁ ଦିଆଯିବ ପୋଷଣ ଯୁକ୍ତ ଚାଉଳ ଲଡୁ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଏହା ମିଳିବ। ଏପ୍ରିଲ ୧ରୁ ଗୋଟିଏ ସପ୍ତାହରେ ପ୍ରତି ପିଲାଙ୍କୁ ୩ଟି ଲଡୁ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟରେ ପାଠପଢ଼ୁ୍ଥିବା ପିଲାମାନେ ମାଣ୍ଡିଆ, ଗୁଡ଼, ବାଦାମ ଓ ଘିଅଯୁକ୍ତ ପୋଷଣ ଲଡୁ ଖାଇପାରିବେ। ପିଏମ୍ ପୋଷଣ ଯୋଜନା ଅଧୀନରେ ପିଲାଙ୍କୁ ଏହି ଲଡୁ ମିଳିବ।ପୂର୍ବରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଭାତ, ଡ଼ାଲି, ସୋୟାବଡ଼ି ତରକାରୀ ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା।

