ମିଆଁମାରରେ ଭୟଙ୍କର ଭୂମିକମ୍ପ । ଶୁକ୍ରବାର ମିଆଁମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଲଗାତାର ଭୂମିକମ୍ପ ଅନୁଭୂତ ହୋଇଛି । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ସାଗାଇଙ୍ଗ ନିକଟରେ ଥିଲା ବୋଲି ଜଣା ପଡିଛି। ଭୂମିକମ୍ପ ପାଇଁ ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ ପ୍ରାୟ ୯୦୦ କିଲୋମିଟର ଦୂର ବ୍ୟାଙ୍କକକୁ ଦୋହଲାଇ ଦେଇଥିଲା, ଥାଇଲ୍ୟାଣ୍ଡ ରାଜଧାନୀର ଅନେକ ଉଚ୍ଚ କୋଠା ଧୂଳିସାତ ହୋଇଯାଇଥିଲା ।

