ଶୁନ୍ୟରୁ ମାଡି ଆସୁଛି ଉଲକାପିଣ୍ଡ, ଚନ୍ଦ୍ରକୁ ଧକ୍କା ଦେଇ କରିବ ଛାରଖାର। ପୃଥିବୀ ଉପରେ ପଡିପାରେ ବଡ ପ୍ରଭାବ। ଚିନ୍ତା ବଢାଇଲା ନାସାର ଚେତାବନୀ। ଅନ୍ତରୀକ୍ଷରୁ ଏକ ବିଶାଳ ଉଲକାପିଣ୍ଡ ମାଡିଆସୁଥିବା ନେଇ ସୂଚନା ଦେଇଛି ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା । ନାସାର ସ୍ପେସ୍ ଟେଲିସ୍କୋପ ନିକଟରେ ଉଲକାପିଣ୍ଡ ୨୦୨୪ YR4 କୁ ପୃଥିବୀ ନିକଟରେ ଘୂରି ବୁଲୁଥିବାର ଦେଖିଛି। ନାସାର ଗଣନା ଅନୁସାରେ ଏହି ଉଲକାପିଣ୍ଡ ପୃଥିବୀକୁ କିଛି ମାତ୍ରାରେ କ୍ଷତି ପହଞ୍ଚାଇପାରେ କିନ୍ତୁ ଚନ୍ଦ୍ର ପାଇଁ ସାଙ୍ଘାତିକ ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି। ଏହି ଉଲକାପିଣ୍ଡ ମାଡରେ ଚନ୍ଦ୍ର ପୁରା ଛାରଖାର ହୋଇଯିବ ବୋଲି କୁହାଯାଉଛି।ଯଦି ଏହା ଚନ୍ଦ୍ରକୁ ବାଡେଇ ହେଉଛି ତେବେ ଏହାର ପ୍ରଭାବ ପୃଥିବୀ ଉପରେ ନିଶ୍ଚିତ ପଡିବ । ନାସାର କହିବାନୁସାରେ ୨୦୩୨ ଡିସେମ୍ବରରେ ପୃଥିବୀ ଏବଂ ଚନ୍ଦ୍ର ପାଇଁ ବିପଦ ରହିଛି । କୁହାଯାଛି ପୃଥିବୀକୁ ଯଦି ଏହା ଧକ୍କା ଦିଏ ତେବେ ଧ୍ବଂସ ସୁନିଶ୍ଚିତ ।ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ମଧ୍ୟ ରହିଛି। ଉଲକାପିଣ୍ଡ ଯଦି ପୃଥିବୀ ସହ ଧକ୍କା ହୁଏ ତେବେ ଏହା ହିରୋସିମା ଉପରେ ପକାଯାଇଥିବା 500 ବୋମା ସହିତ ସମାନ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏହି YR4 ଉଲକାପିଣ୍ଡର ନାମ ୨୦୨୪ରେ ରଖାଯାଇଥିଲା । ବର୍ତ୍ତମାନ ଏହା ପୃଥିବୀଠାରୁ ପାଖାପାଖି ୬.୫ କୋଟି କିଲୋମିଟର ଦୂରରେ ରହିଛି । କିନ୍ତୁ ଏହା ଖୁବ୍ ଦୃତ ଗତିରେ ଆଗକୁ ବଢିବାରେ ଲାଗିଛି।ନାସା ଅନୁସାରେ, ଯଦି ଉଲକାପିଣ୍ଡ ଧକ୍କା ସତ୍ୟ ହୁଏ ତେବେ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଦକ୍ଷିଣ ଏସିଆ, ଆରବ ସାଗର, ଆଟଲାଣ୍ଟିକ ମହାସାଗର କିମ୍ବା ଆଫ୍ରିକାର କିଛି ଅଂଶକୁ ପ୍ରଭାବିତ କରିପାରେ । ତେବେ ସବୁଠାରୁ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ, ପାକିସ୍ତାନ, ବାଂଲାଦେଶ ଅନ୍ତର୍ଭୁକ୍ତ । ଯାହା ଏବେ ସାରା ବିଶ୍ଵ ପାଇଁ ଚିନ୍ତା ବଢ଼ାଇଛି।

