Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଆଞ୍ଚଳିକ

ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବାରୁ ମହିଳାଙ୍କ ମୃତ୍ୟୁ

ଜଗତସିଂହପୁର(ଜୟ ଓଡିଶା) : ଜଗତସିଂହପୁରର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗୁରୁତର ମହିଳା ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ଅକ୍ସିଜେନ ସରିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଆମ୍ବୁଲାନ୍ସ ମାଲିକଙ୍କ ଏପରି ଦାୟିତ୍ୱହୀନତାକୁ ଏଥିପାଇଁ ଦାୟୀ କରି କିଛି ଲୋକ ଆମ୍ବୁଲାନ୍ସ ଭଙ୍ଗାରୁଜା କରିଥିଲେ। ଆମ୍ବୁଲାନ୍ସକୁ ଜଗତସିଂହପୁର ଥାନାରେ ଅଟକ ରଖାଯାଇଛି। ଘଟଣାରୁ ପ୍ରକାଶ, ରବିବାର ବିଳମ୍ବିତ ରାତିରେ ଜଗତସିଂହପୁରର ବରିଷ୍ଠ ଆଇନଜୀବୀ ତଥା ଅଁଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗ୍ରାମର ପୀତାମ୍ବର ପଣ୍ଡାଙ୍କ ପତ୍ନୀ କମଳା ପଣ୍ଡାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ପରୀକ୍ଷା କରିବା ପରେ ତୁରନ୍ତ ଅକ୍ସିଜେନ ଲଗାଇ କଟକ ବଡ଼ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ କିମ୍ବା ହାଇଟେକ ଆମ୍ବୁଲାନ୍ସ ନଥିଲା। ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବ ବୋଲି ଉତ୍ତର ମିଳିଲା। ତେଣୁ ପରିବାର ଲୋକ ଏକ ଘରୋଇ ଆମ୍ବୁଲାନ୍ସରେ କମଳାଙ୍କୁ କଟକ ନେଇଥିଲେ। ଦୁଇ କି.ମି. ଯିବାପରେ ଆମ୍ବୁଲାନ୍ସରେ ଥିବା ସିଲିଣ୍ଡରରୁ ଅକ୍ସିଜେନ ସରିଯାଇଥିଲା। ଫଳରେ କମଳା ସେହିଠାରେ ଛଟପଟ ହୋଇ ନିସ୍ତେଜ ହୋଇଯାଇଥିଲେ। ରବିବାର ରାତି ପ୍ରାୟ ୧ଟା ସମୟରେ ପୁଣି ତାଙ୍କୁ ଜଗତସିଂହପୁର ହସ୍ପିଟାଲକୁ ଫେରାଇ ଅଣାଯାଇଥିଲା। ସେଠାରେ ଡାକ୍ତର କମଳାଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସର ଅକ୍ସିଜେନ ସରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବାରୁ ଚାଳକ ଖସି ପଳାଇଥିଲା। ସେଠାରେ ଉପସ୍ଥିତ ପୁଲିସ ଉକ୍ତ ଆମ୍ବୁଲାନ୍ସକୁ ଜବତ କରିବା ସହ ତା’ର ମାଲିକଙ୍କୁ ଥାନାକୁ ଡାକି ପଚରାଉଚରା ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ଆମ୍ବୁଲାନ୍ସରେ ଅକ୍ସିଜେନ ସରିବାରୁ ରୋଗୀଙ୍କ ମୃତ୍ୟୁ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ୩ରୁ ୪ଜଣଙ୍କ ସମାନ କାରଣରୁ ମୃତ୍ୟୁ ଘଟିଛି। ଭଡ଼ା ପାଇବା ଲୋଭରେ ଅକ୍ସିଜେନ ନଥିଲେ ମଧ୍ୟ ଅକ୍ସିଜେନ ଅଛି ବୋଲି ରୋଗୀଙ୍କ ସମ୍ପର୍କୀୟଙ୍କୁ ମିଛ କହି କିଛି ଘରୋଇ ଆମ୍ବୁଲାନ୍ସ ଚାଳକ ରୋଗୀଙ୍କୁ ନେଇ ଯାଉଥିବା ଅଭିଯୋଗ ହେଉଛି। ତେଣେ ଜିଲା ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ଏହି ବେସରକାରୀ ଆମ୍ବୁଲାନ୍ସ ଉପରେ କିଛି କଟକଣା ରହୁନି କିମ୍ବା ନିୟମିତ ଭାବେ ଯାଞ୍ଚ କରାଯାଉନାହିଁ। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ଜେନାଙ୍କୁ ପଚାରିବାରୁ, ଏହା ଏକ ଦୁଃଖଦ ଘଟଣା। ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ହେଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତେବେ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକେ ତାଙ୍କ ସଂସ୍କାର ପାଇଁ ପୁରୀ ଯାଇଛନ୍ତି ଓ ଫେରିଲେ ସେମାନେ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି।

editor jai odisha by editor jai odisha
September 2, 2025
in ଆଞ୍ଚଳିକ
0
ଜେଲ୍‌ ପରିସରରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
0
SHARES
1
VIEWS
Share on FacebookShare on Twitter
Previous Post

ଛତିଶା ନିଯୋଗ ବୈଠକରେ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ

Next Post

କାର୍ଯ୍ୟକ୍ଷମ ହେଲା ଶ୍ରୀମନ୍ଦିର ପରିସରରେ ସ୍ୱତନ୍ତ୍ର ସ୍ତନ୍ୟପାନ ଗୃହ

editor jai odisha

editor jai odisha

Next Post
କାର୍ଯ୍ୟକ୍ଷମ ହେଲା ଶ୍ରୀମନ୍ଦିର ପରିସରରେ ସ୍ୱତନ୍ତ୍ର ସ୍ତନ୍ୟପାନ ଗୃହ

କାର୍ଯ୍ୟକ୍ଷମ ହେଲା ଶ୍ରୀମନ୍ଦିର ପରିସରରେ ସ୍ୱତନ୍ତ୍ର ସ୍ତନ୍ୟପାନ ଗୃହ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In