Jai Odisha
Monday, December 1, 2025
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home Uncategorized

ଆସୁଛି ପାର୍ବଣ,ହସୁଛି କାଶତଣ୍ଡି

ଗଜପତି(ଜୟ ଓଡିଶା) -ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର ରେଶମୀ କାଶତଣ୍ଡି । ସତେ ଯେପରି ଧରଣୀ ରାଣୀ ଶୁଭ୍ର ବସ୍ତ୍ର ପରିଧାନ କରିଛନ୍ତି । ଦୋଳାୟିତ କାଶତଣ୍ଡି ଚାମର ସଦୃଶ ଦେଖାଯାଏ । ଏଇ ଚାମର ହଲାଇ ସେ ଆଦିଶକ୍ତିଙ୍କୁ ସ୍ଵାଗତ କରିଥାଏ । କାରଣ ମାଆକୁ ସ୍ଵାଗତ ଜଣାଇବା ପାଇଁ ସେ ବରଦାନ ପାଇଛି । କାଶତଣ୍ଡି ଫୁଲର ସମ୍ଭାର ପ୍ରକୃତି ପ୍ରେମୀକୁ ଆକୃଷ୍ଟ କରେ । ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ ହଜିଯାଏ କବି।ଏହି ଶୁଭ୍ର ରେଶମୀ କାଶତଣ୍ଡିକୁ ନେଇ ରହିଛି ଏକ ସୁନ୍ଦର କାହାଣୀ । ଏକଦା ଏକ ରାଜ୍ୟରେ, ଗରୀବ ଘରର କାଶତଣ୍ଡି ନାମକ ଏକ ସୁନ୍ଦର ଝିଅଟିଏ ସବୁବେଳେ ନଦୀ ପଠା ରେ ବୁଲୁଥାଏ । ଯାହାର ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ତାକୁ ପ୍ରେମ କରି ବସିଥିଲେ ସେଇ ରାଜ୍ୟର ରାଜକୁମାର। ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ ନିବିଡ଼ ହେଉଥିଲା ଏହି ପ୍ରେମ । ସବୁଦିନ ନଦୀ ପଠାରେ ସେ ଦୁହେଁ ଦେଖାହୁଅନ୍ତି । ଥରେ ଏହି ଖବର ପହଞ୍ଚିଲା ସେହି ରାଜ୍ୟର ରାଜାଙ୍କ ପାଖରେ । କାଶତଣ୍ଡି ପରି ଗରିବ ଘରର ଝିଅ ଟିକୁ ନିଜର ବୋହୁ ଭାବେ ଗ୍ରହଣ କରିବା ପାଇଁ ରାଜି ନଥାନ୍ତି ରାଜା । ହଠାତ୍ ଦିନେ ରାଜକୁମାର ଓ କାଶ ତଣ୍ଡିଙ୍କ ପ୍ରେମରେ ମାଡ଼ି ଆସିଲା କଳାବାଦଲ । ରାଜାଙ୍କ ଆଦେଶରେ ନଦୀ ପଠା ରେ ପହଞ୍ଚିଲେ ସୈନ୍ୟ ସାମନ୍ତ । ଦୁହିଁଙ୍କୁ ଅଲଗା କରିବା ସହ ରାଜକୁମାରଙ୍କ ଆଖି ଆଗରେ କାଶତଣ୍ଡିକୁ ଜିଅନ୍ତା ପୋତି ଦେଲେ ସୈନ୍ୟ । ଛାତି ଫଟାଇ ଚିତ୍କାର କରି କାନ୍ଦୁଥିବା ରାଜକୁମାରଙ୍କୁ ଶେଷ ସମୟରେ କଥା ଦେଇଥିଲା କାସତଣ୍ଡି “ହେ ରାଜନ ଆମର ଏଇ ଶାଶ୍ଵତ ପ୍ରେମକୁ ଉଦ୍ଜୀବିତ ରଖିବା ପାଇଁ ତୁମକୁ ବଞ୍ଚି ବାକୁ ପଡ଼ିବ । ମୁଁ ପ୍ରତିବର୍ଷ ଶରତ ଋତୁରେ କାଶତାଣ୍ଡି ଫୁଲ ରୂପରେ ଏ ଧରା ପୃଷ୍ଠରେ ଜନ୍ମ ନେବି । ମୋର ଗନ୍ଧ ହିନ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନରୁ କ୍ରୋଧ, ହିଂସାକୁ ଦୂରେଇ ଦେଇ ପ୍ରେମର ରଙ୍ଗ ଭରିଦେବ । ପ୍ରତିଟି ଶରତ ଆମ ପାଇଁ ମିଳନ ର ଋତୁ ହେବ । ଏହାପରେ ରାଜକୁମାର ମଧ୍ୟ ଚିର କୁମାର ହୋଇ ରହିଗଲେ।କିମ୍ବଦନ୍ତୀ ଯାହା ବି ହଉନା ନା କାହିଁକି ନିଜର ସୁନ୍ଦର ରୂପ ରେ ସମସ୍ତ ଙ୍କୁ ବିମୋହିତ କରୁଥିବା ଏଇ ଘାସ ଫୁଲ ଟି ଯେବେ ଶୀତଳ ପବନର ଛୁଆଁ ରେ ଦୋଳାୟମାନ ହେଉଥାଏ ଲାଗେ ସତେ ଯେମିତି ପ୍ରେମିକା ଟିଏ ଧଳା ଓଢ଼ଣି ଉଡାଇ ଧାଇଁ ଯାଉଛି ତାର ପ୍ରେମିକ ପାଖକୁ । କବି ଟିଏ ତାର କବିତା ମାଧ୍ୟମରେ ହେଉ ବା ଲେଖକଟିଏ ତାର ଲେଖନୀ ମାଧ୍ୟମରେ କାସତଣ୍ଡି ର ସୁନ୍ଦରତାକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିପ୍ରକାଶ କରିଥାନ୍ତି । ଗଜପତିରୁ ବିବେକାନନ୍ଦ ବେହେରା ।

editor jai odisha by editor jai odisha
September 7, 2025
in Uncategorized
0
ଆସୁଛି ପାର୍ବଣ,ହସୁଛି କାଶତଣ୍ଡି
0
SHARES
3
VIEWS
Share on FacebookShare on Twitter
Previous Post

ପାରଳାଖେମୁଣ୍ଡି ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ

Next Post

୧୭ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

editor jai odisha

editor jai odisha

Next Post
୧୭ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

୧୭ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
  • ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି
  • ୨୦୨୬ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮
  • କଷିଆ ମୁହାଣରୁ ମୃତ ଡ଼ଲଫିନ ଉଦ୍ଧାର
  • କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ

Recent Comments

  1. A WordPress Commenter on Hello world!

Archives

  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In