Jai Odisha
Thursday, January 29, 2026
  • Login
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
  • Home
  • ଜାତୀୟ
  • ଅନ୍ତର୍ଜାତୀୟ
  • କ୍ରୀଡା
  • ଅପରାଧ
  • ଆଞ୍ଚଳିକ
  • ବାଣିଜ୍ୟ
  • ବିଶେଷ
    • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
    • ଜ୍ୟୋତିଷ ଶାସ୍ତ୍ର
    • ବାସ୍ତୁ ବିଚାର
  • ରାଜନୀତି
  • ରାଜ୍ୟ
No Result
View All Result
Jai Odisha
No Result
View All Result
Home ଅନ୍ତର୍ଜାତୀୟ

ହ୍ରାସ ପାଉଛି ଚୀନର ଜନସଂଖ୍ୟା

ବେଜିଂ: ଏକଦା ବିଶ୍ବର ଜନବହୁଳ ରାଷ୍ଟ୍ରଭାବେ ମାନ୍ୟତାଲାଭ କରିଥିବା ଚୀନ୍‌ରେ ଜନସଂଖ୍ୟା କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ୨୦୨୫ରେ ଚୀନରେ ଜନ୍ମହାର ୧୭ ପ୍ରତିଶତ ହ୍ରାସ ପାଇଥିବାବେଳେ ମୋଟ ଜନସଂଖ୍ୟା ୧୪୦.୪ କୋଟି ରହିଥିବା ପ୍ରକାଶ। ଏଭଳି ସ୍ଥିତି ଚୀନ ସରକାରଙ୍କୁ ଚିନ୍ତାରେ ପକାଇଛି। ୨୦୨୫ରେ ଚୀନରେ ୭.୯୨ ନିୟୁତ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ଏହା ପୂର୍ବ ବର୍ଷ (୨୦୨୪) ତୁଳନାରେ ୧.୬୨ ନିୟୁତ କମ ରହିଛି। ୨୦୧୬ରୁ ୨୦୨୩ ପର୍ଯ୍ୟନ୍ତ ଚୀନରେ ଜନ୍ମହାର ହ୍ରାସ ପାଇବାରେ ଲାଗିଛି। ଜନସଂଖ୍ୟା ହ୍ରାସ ପାଉଥିବାରୁ ଚୀନ ସରକାର ଜନ୍ମ ନିୟନ୍ତ୍ରଣ କଟକଣାକୁ କୋହଳ କରିବାରେ ଲାଗିଛନ୍ତି। ଗୋଟିଏ ଶିଶୁକୁ ଲାଳନ ପାଳନ କରି ବଡ କରିବାରେ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବାରୁ ଚୀନବାସୀ ପିଲାଜନ୍ମ କରିବାକୁ କୁଣ୍ଠାବୋଧ କରୁଛନ୍ତି। ପୁନଶ୍ଚ ଚୀନରେ ବେକାରୀ ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି। ତେଣୁ ଯୁବଗୋଷ୍ଠୀ ପିଲା ଜନ୍ମ ଅପେକ୍ଷା ବିବାହ କରିବାକୁ ମଧ୍ୟ ସାହସ କରିପାରୁନାହାନ୍ତି। ୨୦୨୦ରେ ଜଣେ ଚୀନ ମହିଳା ହାରାହାରି ୧.୩ ପିଲାଙ୍କୁ ଜନ୍ମ ଦେଇଥିବାର ରେକର୍ଡ ରହିଛି। ୨୦୨୫ରେ ଏହା ୧କୁ ଖସି ଆସିଛି। ଗୋଟିଏ ପଟେ ମୃତ୍ୟୁହାର ବଢୁଥିବାବେଳେ ସେହି ଅନୁପାତରେ ଜନ୍ମହାର ବୃଦ୍ଧି ପାଉନାହିଁ। ଯଦି ଏହି ଅବସ୍ଥା ବଜାୟ ରହେ, ତେବେ ଆଗାମୀ ଦଶ ବର୍ଷ ମଧ୍ୟରେ ଚୀନର ଅର୍ଥନୀତି ନିମ୍ନଗାମୀ ହେବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ୨୦୨୫ରେ ପ୍ରତି ୧୦୦୦ ଲୋକରେ କେବଳ ୫.୬୩ ପ୍ରତିଶତ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଚୀନ ବହୁବର୍ଷ ଧରି ଦେଶରେ ଏକ ସନ୍ତାନ ନୀତି ଲାଗୁ କରିଥିଲା। ତେବେ ଏହାର କୁପ୍ରଭାବ ପଡିବାରୁ ସରକାର ୨୦୧୫ରେ ଏହି ଆଇନକୁ ସଂଶୋଧନ କରି ଦୁଇ ସନ୍ତାନ ନୀତି ପ୍ରଚଳନ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ୨୦୨୧ରେ ଏହା ତିନି ସନ୍ତାନ ନୀତିରେ ପରିଣତ ହୋଇଥିଲା। ଜନସଂଖ୍ୟା ବୃଦ୍ଧି ଯୋଜନାକୁ ପ୍ରୋତ୍ସାହିତ କରିବାକୁ ଚୀନ ସରକାର ଗତବର୍ଷ ଜୁଲାଇରେ ଦମ୍ପତିଙ୍କୁ ପ୍ରତ୍ୟେକ ଶିଶୁ ଜନ୍ମ ପିଛା ୫୦୦ ଡଲାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଥିଲେ। ୨୨୦୨୫ରେ କଣ୍ଡୋମ ବିକ୍ରି ଉପରେ ଅଧିକ ପରିମାଣର ଟିକସ ଲାଗୁ କରାଯାଇଥିଲା। ଶିଶୁଙ୍କ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ କିଣ୍ଡରଗାର୍ଟେନ ଓ ଡେ’ କେୟାର ସେଣ୍ଟର ପାଇଁ ମଧ୍ୟ ସୁବିଧା ଘୋଷଣା କରାଯାଇଥିଲା। ଏହା ସତ୍ତ୍ବେ ଜନ୍ମହାରରେ କୌଣସି ଉନ୍ନତି ପରିଲକ୍ଷିତ ହୋଇପାରୁନାହିଁ। ୨୦୨୩ରେ ଚୀନକୁ ପଛରେ ପକାଇ ଭାରତ ବିଶ୍ବର ଜନବହୁଳ ରାଷ୍ଟ୍ରଭାବେ ମାନ୍ୟତାଲାଭ କରିଛି।

editor jai odisha by editor jai odisha
January 20, 2026
in ଅନ୍ତର୍ଜାତୀୟ
0
ହ୍ରାସ ପାଉଛି ଚୀନର ଜନସଂଖ୍ୟା
0
SHARES
1
VIEWS
Share on FacebookShare on Twitter
Previous Post

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

Next Post

ନୂଆଦିଲ୍ଲୀ ଗସ୍ତରେ ୟୁଏଇ ରାଷ୍ଟ୍ରପତି

editor jai odisha

editor jai odisha

Next Post
ନୂଆଦିଲ୍ଲୀ ଗସ୍ତରେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ ଗସ୍ତରେ ୟୁଏଇ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସଂସଦରେ ଏକାଠି ଦିଶିଲେ ରାହୁଲ ଓ ନିତୀନ
  • ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନନ : ବିଏମସି
  • ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍
  • ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
  • ୨୪ ଘଣ୍ଟାରେ ରାଜଧାନୀରେ ଦୁଇଟି ଥର ଦୁର୍ଘଟଣା

Recent Comments

  1. A WordPress Commenter on Hello world!

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024

Categories

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ

Browse by Category

  • Apps
  • Business
  • Entertainment
  • Fashion
  • Food
  • Gadget
  • Gaming
  • Health
  • Lifestyle
  • Mobile
  • Movie
  • Music
  • News
  • Politics
  • Review
  • Science
  • Sports
  • Startup
  • Tech
  • Travel
  • Uncategorized
  • World
  • ଅନ୍ତର୍ଜାତୀୟ
  • ଅପରାଧ
  • ଆଞ୍ଚଳିକ
  • କ୍ରୀଡା
  • ଜାତୀୟ
  • ବାଣିଜ୍ୟ
  • ବାସ୍ତୁ ବିଚାର
  • ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟା
  • ବିଶେଷ
  • ରାଜନୀତି
  • ରାଜ୍ୟ
  • About
  • Advertise
  • Privacy & Policy
  • Contact

© 2025 Jai Odisha

No Result
View All Result

© 2025 Jai Odisha

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In